ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ନ୍ୟୁଜ୍ ପଢ଼ାଯିବ ବୋଲି ଆଜି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । ୬ରୁ ୭ ଦିନରେ ଏହା କରାଯିବ କହିଲେ ରେଳ ମନ୍ତ୍ରୀ । ସାନ୍ତାଳ ଜନଜାତି ଭାରତୀୟ ଉପମହାଦେଶର ଏକ ଅଷ୍ଟ୍ରୋଏସୀୟ ଭାଷାଭାଷୀ ମୁଣ୍ଡା ଜାତିଗୋଷ୍ଠୀ । ସାନ୍ତାଳି ଭାଷାରେ ନ୍ୟୁଜ୍ ପଢ଼ା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଅନ୍ୟପଟେ ସାନ୍ତୀଳୀ ଭାଷାରେ ଖବର ପ୍ରସାରଣ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଇଁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଦାୟିତ୍ୱରେ ରହି ମଧ୍ୟ ମୁଁ କେବେ ନିଜ ଜନ୍ମମାଟିକୁ ଭୁଲି ପାରି ନାହିଁ । ଏ ପଦବୀରେ ରହିଲେ ନିଜ ରାଜ୍ୟ କିମ୍ବା ଜିଲ୍ଲାକୁ ବାରମ୍ବାର ଆସିବାର ନିୟମ ନାହିଁ । କିନ୍ତୁ ମୁଁ ନିଜ ଜନ୍ମମାଟିଠାରୁ ଦୂରେଇ ରହି ପାରୁ ନାହିଁ । ମୁଁ ଯେଉଁଠିଥିଲେ ମଧ୍ୟ ମୋ ମାଟିକୁ ଭୁଲି ପାରିବି ନାହଁ । Post navigation ମୟୂରଭଞ୍ଜକୁ ୩ଟି ରେଳ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି ରାଜ୍ୟରେ ବଢୁଛି ମଦ ବିକ୍ରି: ପୃଥ୍ବୀରାଜ ହରିଚନ୍ଦନ