ବିବାଦୀୟ ପୋଲିସ ଅଧିକାରୀ ଆଶିଷ ସିଂହଙ୍କ ପାଇଁ ବଡ଼ ଆଶ୍ବସ୍ତି । କେନ୍ଦ୍ରୀୟ ଡେପୁଟେସନରେ ଯାଇ ଇଣ୍ଡୋ ତିବୋତାନ ବୋର୍ଡର ପୋଲିସ (ITBP)ର IG ହେବେ ଆଶିଷ ସିଂହ।

୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେପୁଟେସନ୍‌ରେ ଯାଇ ଏହି ପଦବୀରେ ରହିବେ ଆଶିଷ ସିଂହ । ଏବେ ଗୃହ ବିଭାଗର ଓଏସ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି ।

୨୦୦୪ ବ୍ୟାଚର ବରିଷ୍ଠ IPS ଆଶିଷ ସିଂହ ବିଜେଡି ପାଇଁ ଖୋଲାଖୋଲି ଭାବେ କାମ କରି ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ । ନିର୍ବାଚନ ସମୟରେ ମିଛ କହି ମେଡିକାଲ ଲିଭ୍ ନେଇଥିବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ସେ କ୍ଲିନ ଚିଟ ପାଇଛନ୍ତି ବୋଲି କୁହାଯାଇପାରିବ ।

By Nirvay

Leave a Reply

Your email address will not be published. Required fields are marked *