ବିଜେଡି କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର। ବାଲେଶ୍ବର ଜିଲ୍ଲା ରେମୁଣାର ୧୧ ନଂ ୱାର୍ଡ ବିଜେଡି କାଉନସିଲର ପାନମଣୀ ମୁର୍ମୁଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର ହୋଇଛି। କାଉନସିଲର ୪ ମାସର ଶିଶୁ କନ୍ୟାକୁ ଲୁଚାଇ ରଖିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରେମୁଣା ପୁଲିସ ଓ ଚାଇଲ୍ଡ ଲାଇନ ମିଳିତ ଚଢ଼ାଉ କରି ଶିଶୁକୁ ଉଦ୍ଧାର କରିଛନ୍ତି । ତେବେ ଶିଶୁ କନ୍ୟାଟି କାହାର ଏବଂ କେଉଁଠୁ ଆସିଲା ସେ ନେଇ କିଛି ତଥ୍ୟ ହସ୍ତଗତ ହୋଇ ନ ଥିବାବେଳେ ପୁଲିସ ଖୋଳତାଡ଼ କରୁଛି ।

ସୂଚନଯୋଗ୍ୟ; ବିଜେଡ଼ି କାଉନସିଲର ପାନମଣୀ ମୁର୍ମୁଙ୍କ ଘରୁ ଏକ ଶିଶୁ ପୁତ୍ର କାନ୍ଦିବା ଶୁଣିବାକୁ ପାଇଥିଲେ ପଡ଼ୋଶୀ । କାଉନସିଲର ତାଙ୍କ ଘରେ ୪ ମାସର ଶିଶୁ ପୁତ୍ରକୁ କେଉଁଠୁ ଆଣି ରଖିଥିଲେ। ଏପରିକି ଶିଶୁ ପୁତ୍ରକୁ ଜଗିବା ପାଇଁ ୧୦ ବର୍ଷର ଝିଅଟିଏ ଘରେ ରଖିଥିବା ଅଭିଯୋଗ ହୋଇଥିଲା।ଏ ନେଇ ମଙ୍ଗଳପୁର ପୂର୍ବତନ ସରପଞ୍ଚ ଉମାକାନ୍ତ ପଣ୍ଡା ଖବର ପାଇଥିଲେ । ଘଟଣାକୁ ଗୁରୁତର ସହ ନେଇ ସରପଞ୍ଚ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ରେମୁଣା ପୁଲିସ ଏବଂ ସିଡିପିଓଙ୍କୁ ଜଣାଇଥିଲେ ।

ରେମୁଣା ପୁଲିସ ଏବଂ ଶିଶୁ ସୁରକ୍ଷା ଟିମ୍ କାଉନସିଲରଙ୍କ ଘରେ ଚଢ଼ାଉ କରିଥିଲେ । ଏହା ସହ ଶିଶୁଟିକୁ ଉଦ୍ଧାର କରିଛନ୍ତି । ଅନ୍ୟପକ୍ଷରେ କାଉନସିଲରଙ୍କ ସ୍ୱାମୀ ଚଢ଼ାଉ ପୂର୍ବରୁ ଚମ୍ପଟ ମାରିଥିଲେ । ତେବେ ଶିଶୁ କନ୍ୟାଟି କାହାର ଏବଂ କେଉଁଠୁ ଆସିଲା ସେ ନେଇ କିଛି ତଥ୍ୟ ହସ୍ତଗତ ହୋଇ ନ ଥିବାବେଳେ ପୁଲିସ ଖୋଳତାଡ଼ କରୁଛି ।

Leave a Reply

Your email address will not be published. Required fields are marked *