ଆଜିଠୁ ମେ ୩୧ ପର୍ଯ୍ୟନ୍ତ ୭ ମାସ ମାଛଧରା ଉପରେ କଟକଣା ଜାରି କଲେ ସରକାର। ଏହି ସମୟରେ ଦୂର ସମୁଦ୍ରରୁ କୂଳକୁ ଆସୁଛନ୍ତି ଅଣ୍ଡା ଦାନ କରିବାକୁ ଲକ୍ଷ୍ୟ ଲକ୍ଷ୍ୟ ଅଲିଭ ରିଡଲେ କଇଁଛ ସେଥିପାଇଁ ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ନିମନ୍ତେ ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ କରିଛନ୍ତି ରାଜ୍ୟ ସରକାର। ସୂଚନା ଯୋଗ୍ୟ; ନଭେମ୍ବର ୧ ତାରିଖ ଠାରୁ ମେ’ ୩୧ ତାରିଖ ଯାଏଁ ଗହୀରମଥାକୁ ଶହ ଶହ ନଟିକାଲ ମାଇଲ ଅତିକ୍ରମ କରି ଦେଶ ବିଦେଶରୁ ଅଲିଭ ରିଡଲେ କଇଁଛ ବଂଶ ବିସ୍ତାର ପାଇଁ ଆସିଥାନ୍ତି । କଇଁଛ ମାନେ ପ୍ରଜନନ କରିବା ପରେ ଅଣ୍ଡା ଦେଇ ଛୁଆ ହେବା ପରେ ପୁଣି ନିଜ ନିଜ ଅଞ୍ଚଚଳକୁ ଫେରିଯାଆନ୍ତି । ଟ୍ରଲର ଚଳାଚଳ ଯୋଗୁ କଇଁଛ ମରୁଥିବାରୁ ବନ ବିଭାଗ ଏହି ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିବା ସହ ସମୁଦ୍ର ଭିତରେ ଥିବା ସୀମାକୁ ଟପି ନିଷିଦ୍ଧଞ୍ଚଳ ମତ୍ସ୍ୟଜୀବୀ ମାନଙ୍କୁ ବନ ବିଭାଗ ନିବେଦନ କରିଛି । ଏହା ସହ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ଟି ସ୍ଥାନରେ ଟ୍ରଟଲ୍ ପ୍ରୋଟେକ୍ସନ୍ କ୍ୟାମ୍ପ କରାଯିବ। ଅଫିସର କ୍ୟାମ୍ପ୍ରେ ୫ଜଣ ଲେଖାଏଁ କର୍ମଚାରୀ ଓ ଅନ୍ୟ ୧୪ଟି ଟ୍ରଟ୍ଲ୍ ପ୍ରୋଟେକ୍ସନ କ୍ୟାମ୍ପ୍ରେ ୩ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ ହେବେ। ସେହିପରି ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ୍ ଲେଖାଏଁ ଏପିଆର୍ ଫୋର୍ସ ମୃତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କ କବଳରୁ ରକ୍ଷା କରିବା ଓ ବେଆଇନ୍ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ରଖିବା ପାଇଁ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୁଲିସ୍, ମତ୍ସବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ। Post navigation ସକାଳୁ ସକାଳୁ କଟକ ଓ ଭୁବନେଶ୍ୱରରେ ଅଦିନିଆ ବର୍ଷା ଆମ୍ବ ଟାକୁଆ ଖାଇ ୨ ମୃତ ଓ ୬ ଗୁରୁତର ; ଯାଞ୍ଚ ପାଇଁ ଗାଁକୁ ସ୍ବାସ୍ଥ୍ୟ ଟିମ୍