ଦୀପାବଳିରେ ରାଜଧାନୀରେ ବଡ଼ ଅଘଟଣ । ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ ।ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଅଗ୍ନିକାଣ୍ଡ ଘଟି ଏକାଧିକ କପଡା ଦୋକାନ ଜଳିଯାଇ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜଳିପୋଡି ନଷ୍ଟ ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚି ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଖୋଳତାଡ଼ କରି ଅଗ୍ନିକାଣ୍ଡର କାରଣ ଜାଣିବାକୁ ଚେଷ୍ଟା କରୁଛି । ସୂଚନା ଅନୁସାରେ,ଭୁବନେଶ୍ବର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଗତକାଲି ରାତିରେ ପ୍ରାୟ ୧୧ଟା ସମୟରେ ନିଆଁ ଲାଗିଯାଇଥିଲା । ସେଠାରେ ଥିବା ଏକାଧିକ କପଡା ଦୋକାନ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଦୀର୍ଘ ଅଢେଇ ଘଣ୍ଟା ଧରି ନିଆଁ ଲାଗି ରହିଥିଲା । ନିଆଁ ଓ ଧୂଆଁର ବଳୟରେ ରହିଲା ରାଜମହଲରୁ ଏଜି ଛକ ରାସ୍ତା । ଖବର ପାଇ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ୪ /୫ ଘଣ୍ଟା ସମୟ ଲାଗିଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ହେଁ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି । ଶାଢୀ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇ ସେଥିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିଥିଲା । Post navigation ଜନ୍ମମାଟିରେ କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନଭେମ୍ବର ପହିଲାରୁ ମହଙ୍ଗା ମାଡ଼; ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର