ରାଜରାସ୍ତାରେ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ସଂଘ । ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଶହ ଶହ କର୍ମଚାରୀଙ୍କୁ ଛଟେଇ ନିଷ୍ପତ୍ତି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି କର୍ମଚାରୀ । କରୋନା ବିପତ୍ତି ସମୟରେ ଏମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଥିଲେ। ହେଲେ ଡିଉଟି ବାବଦକୁ ମିଳୁଛି ଦିନ ମଜୁରିଆ ଠାରୁ କମ ପାରିଶ୍ରମିକ । ଏହାରି ମଧ୍ୟରେ ଅର୍ଥର ଅଭାବ ଦେଖାଇ ଏମାନଙ୍କୁ ଛଟେଇ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ ବୋଲି କହିଛି ସଙ୍ଘ । ସରକାରଙ୍କୁ ଏହାର ପୁନର୍ବିଚାର କରିବାକୁ ଦାବି କରିଛି ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ସଂଘ। ସୂଚନା ଯୋଗ୍ୟ; ନର୍ସ, ଲ୍ୟାବ ଟେକ୍ନିସିଆନ, ସ୍ୱାସ୍ଥ୍ୟ କର୍ମୀ ଭାବେ ରାଜ୍ୟରେ ପ୍ରାୟ ୪ ହଜାର କର୍ମୀ ତୃତୀୟ ପକ୍ଷ ଦ୍ୱାରା ନିଯୁକ୍ତ ହୋଇ କାମ କରୁଥିବା ବେଳେ ଏମାନଙ୍କୁ ଛଟେଇ କରାଯାଉଛି । ୬ ଟି ଜିଲ୍ଲାରେ ଛଟେଇ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଛଟେଇ କରିବାକୁ ସରକାର ନିଷ୍ପତି ନେଇଛନ୍ତି । Post navigation ପବନ ଓ ଜୁଆର ମାଡ଼ରେ ହବାଳିଖଟି ଛାରଖାର ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର