ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ ଦାନା। ୨୪ ତାରିଖ ବିଳମ୍ବିତ ରାତିରୁ ୨୫ ତାରିଖ ଭୋର ସୁଦ୍ଧା ବାତ୍ୟା ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା। ଗୁରୁବାର ସକାଳ ୮ଟା ସୁଦ୍ଧା ବାତ୍ୟା ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାଠାରୁ ୩୦୦ କିମି ଦୂରରେ ରହିଛି। ବାତ୍ୟା ‘ଦାନା’ ଉତ୍ତର ପଶ୍ଚିମ ଦିଗରେ ୧୫ କିଲୋମିଟର ବେଗରେ ଗତି କରୁଛି। । ଏହା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ)ର ରୂପ ନେଇ କେନ୍ଦ୍ରାପଡ଼ା ଜିଲାର ଭିତରକନିକାଠାରୁ ଭଦ୍ରକ ଜିଲାର ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ।

‘ଦାନା’ ଲ୍ୟାଣ୍ଡଫଲ୍‌ କରିବାକୁ ଥିବାବେଳେ ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବ। ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ୩ ଜିଲା କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ବେଶି ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବୁଧବାର ସ୍ପଷ୍ଟ କରିଛି।

ଅନ୍ୟପଟେ ଆସୁଥିବା ବାତ୍ୟା ଦାନା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକର ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଉପକୂଳରେ ଆରମ୍ଭ ହେଲାଣି ବର୍ଷା। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବର୍ଷା ଆରମ୍ଭ ହେଲାଣି। ପାରାଦୀପ, ରାଜନଗର ଓ ଧାମରା ଅଞ୍ଚଳରେ କଳାହାଣ୍ଡିଆ ମେଘ ସହ ପବନ ଯୋରେ ହେବାର ଦେଖା ଯାଇଛି । ପାରାଦ୍ଵୀପରେ ସର୍ବାଧିକ ବର୍ଷା ୫୧ ମିଲିମିଟର ହୋଇଥିବା ବେଳେ ଚାନ୍ଦବାଲି ରେ ବର୍ଷା ୩୯ ମିଲିମିଟର, ପୁରୀରେ ୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି।। ଜଗତସିଂହପୁରରେ ୦.୫ ରୁ ୧ ମିଟର ଜୁଆର, ବାଲେଶ୍ଵର ଓ ପୁରୀ ରେ ୧ ରୁ ୨ ମିଟର ଜୁଆର ଉଠିବାର ସମ୍ଭାବନା ରହିଛି। ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଆରମ୍ଭ ହୋଇସାରିଛି।

 

Leave a Reply

Your email address will not be published. Required fields are marked *