ଭୀଷଣ ବାତ୍ୟାର ରୂପ ନେଲା ‘ଦାନା’ । ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ମାଡିଆସୁଛି ଦାନା। ପାରାଦୀପଠାରୁ ୨୮୦ ଓ ଧାମରାଠାରୁ ୩୧୦କିମି ଦକ୍ଷିଣ-ପୂର୍ବ ଦିଗରେ ଭୀଷଣ ବାତ୍ୟା ରହିଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡି ଆସୁଛି । ଏହା ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ। ଏହି ସବୁକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି।ବାଲେଶ୍ୱରରୁ ଚନ୍ଦନେଶ୍ୱର ଓ ଭୁବନେଶ୍ୱରକୁ ବସ୍ ଚଳାଚଳ ବନ୍ଦ ରଖାଯାଇଛି। ବାତ୍ୟା ସମୟରେ ଏହି ସବୁ ରୁଟ୍‌ରେ ବସ୍‌ ଚାଲିବ ନାହିଁ। ବସ୍ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ସୂଚନା ଦେଇଛି। ବାତ୍ୟା ସମୟରେ ଯେପରି କୌଣସି ଅଘଟଣ ନଘଟେ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *