ଓଡ଼ିଶା ମୁହାଁ ବାତ୍ୟା ଦାନା । ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍। ଆଜି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ ‘ଦାନା’। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ରହିବ ୧୦୦-୧୨୦ କିମି । ଏହାର ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକର ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଉପକୂଳରେ ଆରମ୍ଭ ହେଲାଣି ବର୍ଷା। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବର୍ଷା ଆରମ୍ଭ ହେଲାଣି। ପାରାଦୀପ, ରାଜନଗର ଓ ଧାମରା ଅଞ୍ଚଳରେ କଳାହାଣ୍ଡିଆ ମେଘ ସହ ପବନ ଯୋରେ ହେବାର ଦେଖା ଯାଇଛି । ଏହି ମଧ୍ୟରେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ବାତ୍ୟା ସମୟରେ କିଛି ଅସୁବିଧାରେ ପଡ଼ିଲେ ପ୍ରଶାସନର ସହଯୋଗ ଲୋଡ଼ିବାକୁ ହେଲେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ନମ୍ବର ଏବଂ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ୧୪ଟି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଫୋନ ନମ୍ବର ଜାରି କରାଯାଇଛି । କଣ୍ଟ୍ରୋଲ ରୁମ୍ ନମ୍ବର:- ବାଲେଶ୍ଵର:- ୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭ ମୟୂରଭଞ୍ଜ:- ୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧ ଭଦ୍ରକ:- ୦୬୭୮୪-୨୫୧୮୮୧ ଯାଜପୁର:- ୦୬୭୨୮-୨୨୨୬୪୮ କେନ୍ଦ୍ରାପଡ଼ା:- ୦୬୭୨୭-୨୩୨୮୦୩ କେନ୍ଦୁଝର:- ୦୬୭୬୬-୨୫୫୪୩୭ ଜଗତ୍ସିଂହପୁର:- ୦୬୭୨୪-୨୨୦୩୬୮ କଟକ:- ୦୬୭୧-୨୫୦୭୮୪୨ ଢେଙ୍କାନାଳ:- ୦୬୭୬୨-୨୨୬୫୦୭, ୦୬୭୬୨-୨୨୧୩୭୬ ଅନୁଗୁଳ:- ୦୬୭୬୪-୨୩୦୯୮୦ ପୁରୀ:- ୦୬୭୫୨-୨୨୩୨୩୭ ଖୋର୍ଦ୍ଧା:- ୦୬୭୫୫-୨୨୦୦୦୨ ଗଞ୍ଜାମ:- ୦୬୮୧୧-୨୬୩୯୭୮ ନୟାଗଡ଼:-୦୬୭୫୩-୨୫୨୯୭୮ ଜରୁରୀ କାଳୀନ ନମ୍ବର:- ରାଜ୍ୟ ସରକାର:- ୧୦୭୦ ଏନଡିଆରଏଫ (NDRF):- ୦୧୧-୨୪୩୬୩୨୬୦ ଭାରତୀୟ ପାଣିପାଗ ବିଭାଗ (IMD):- ୦୬୭୪-୨୪୩୧୧୫୫ Post navigation ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ୪ଜଣ ସଦସ୍ୟାଙ୍କୁ ବରଖାସ୍ତ କଲେ ରାଜ୍ୟ ସରକାର ମାଡିଆସୁଛି ସାମୁଦ୍ରିକ ଝଡ ‘ଦାନା’, ପାରାଦୀପରୁ ୨୮୦ କିମି ଦୂରରେ ବାତ୍ୟା