ଭାରତୀୟ ରେଲୱେ ଟିକଟ ନିୟମରେ ବଡ ପରିବର୍ତ୍ତନ ହୋଇଛି । ଏବେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଟିକେଟ୍ ବୁକ୍ କରି ପାରିବେ ଯାତ୍ରୀ । ଏହି ନିୟମ ନଭେମ୍ବର ୧ ତାରିଖରୁ ଲାଗୁ ହେବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି ବିଜ୍ଞପ୍ତି ଅନୁଯାୟୀ ଆଡଭାନ୍ସ ରିଜର୍ଭେସନର ସମୟ ସୀମା ହ୍ରାସ କରାଯାଇଛି ।

ରେଲୱ୍ୱେ ନୋଟିଫିକେସନ ଅନୁଯାୟୀ, ୨୦୨୪ ନଭେମ୍ବର ୧ରୁ ଟ୍ରେନରେ ଆଡଭାନ୍ସ ଟିକେଟ୍ ବୁକିଂର ସମୟ ସୀମା ୧୨୦ ଦିନରୁ ହ୍ରାସ କରାଯାଇ ୬୦ ଦିନ କରାଯାଇଛି । କିନ୍ତୁ ୨୦୨୪ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ୧୨୦ ଦିନ ARP( Advance Reservation Period) ଅଧୀନରେ କରାଯାଇଥିବା ସମସ୍ତ ବୁକିଂରେ ଏହା ଲାଗୁ ହେବ ନାହିଁ। ଏହି ନୂଆ ନିୟମ ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ।

ରେଲୱ୍ୱେ ପକ୍ଷରୁ ମଧ୍ୟ ଜଣାଇଛି ଯେ, ତାଜ ଏକ୍ସପ୍ରେସ,ଗୋମତି ଏକ୍ସପ୍ରେସ ଭଳି କିଛି ଟ୍ରେନ ଯାହା ସ୍ୱଳ୍ପ ସମୟ ପାଇଁ ଚାଲେ ସେହି ଏକ୍ସପ୍ରେସ ଟ୍ରେନରେ କୌଣସି ନିୟମରେ ପରିବର୍ତ୍ତନ ହେବ ନାହିଁ । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୩୬୫ ଦିନର ସମୟ ସୀମା ମାମଲାରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *