କୋଇଡା ଖଣି ଉପନିର୍ଦ୍ଦେଶକଙ୍କ ଅଧୀନରେ କୋଇଡା ତହସିଲ ଅନ୍ତର୍ଗତ କମାଣ୍ଡ, କୁଲା, କୁସୁମୁଣ୍ଡୀହି, ରେଙ୍ଗମା ପ୍ରଭୃତି ରାଜସ୍ବ ଗ୍ରାମରୁ ଜମି ଅଧିଗ୍ରହଣ କରି ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଏକ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିଛି। କିନ୍ତୁ ବିଡମ୍ବନାର ରାତି ସମୟରେ ଅନ୍ଧକାରର ସୁଯୋଗ ନେଇ ଚି଼ମନିରେ ଥିବା ଇଲେକଟ୍ରଷ୍ଟଟିକ ପ୍ରେସିପିଟେଟରକୁ ଅଫ କରିଦେଇ ରାତିସାରା ଆକାଶକୁ କଳାଧୂଆଁ ଛଡାଯାଉଛି। ଏହି କଳା ପାଉଁଶ ଧୂଆଁରେ ପ୍ରଭାବିତ ଅଂଚଳ ଲୋକେ ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଉଥିବା ଅଭିଯୋଗ ହେଉଛି।

ଏପରିକି ଅଂଚଳର ଜୀବନରେଖା କୁହାଯାଉଥିବା କାର ନଦୀ ରୁଙ୍ଗଟା ଷ୍ଟିଲ କଡରେ ବୋହି ଯାଉଥିବା ବେଳେ ପ୍ରାୟତଃ ଶୁଖିଲା ରହୁଛି। ଫଳରେ ଚାଷଜମି ପଡିଆ ପଡିବା ସହ ପାଣି ଅଭାବ ଓ କାରଖାନାର ବର୍ଜ୍ୟ ପାଣି ମିଶୁଥିବାରୁ ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇପଡିଛି। କାର ନଦୀ ଉପରେ ନିର୍ଭର କରୁଥିବା ବାସିନ୍ଦା କିଡନୀ, ଯକୃତ, ଫୁସଫୁସ ଯଥା ଚର୍ମ ରୋଗର ଶିକାର ହେଉଛନ୍ତି । ଏ ନେଇ ଅଞ୍ଚଳବାସୀଙ୍କଠୁ ଲିଖିତ ଅଭିଯୋଗ ପାଇବା ପରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ମନ୍ତ୍ରଣାଳୟ ନିକଟକୁ ପ୍ଲାଣ୍ଟର ପ୍ରଦୂଷଣ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଅଫିସିଆଲ ଚିଠି ଗତ ୪ରେ ଲେଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *