ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଭାବନୀୟ ଘଟଣା ଘଟିଯାଇଛି । ଗାଧୋଉଥିବା ବେଳେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବକଙ୍କ ହେଲେ ଗଞ୍ଜାମ ଜିଲା କୁକୁଡାଫାଣ୍ଡି ଅଞ୍ଚଳର ରାଜକିରଣ ଶତପଥୀ (୨୩) ଓ ଇଚ୍ଛାପୁରମ୍ ଅଞ୍ଚଳର ନଳିନୀକାନ୍ତ ତ୍ରିପାଠୀ(୨୭) । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଛି କୁମ୍ଭାରପଡ଼ା ଥାନା ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ମୁତାବକ; ରଜକିରଣ ଓ ନଳିନୀକାନ୍ତ ଉଭୟ ପରିବାର ସହ ଶ୍ରାଦ୍ଧ ପାଇଁ ଆସିଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବା ସମୟରେ ଗୋଡ ଖସି ଯାଇଥିଲା । ସେହି ସମୟରେ ସେଠାରେ ସ୍ଥାନୀୟ ଲୋକେ ନଥିଲେ, ଫଳରେ ସେମାନେ ପାଣି ଭିତରକୁ ଚାଲି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଉଦ୍ଧାର କରି ସେମାନଙ୍କୁ ପୁରୀ ବଡ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Post navigation ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜିତିଲା ଭାରତ ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ: ୩ ପାଳିଆ ସେବକ ନିଲମ୍ବିତ