ବାତିଲ ହେଲା ଆଇ ଡ୍ରପ୍ ‘ପ୍ରେସଭ୍ୟୁ’ର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସ । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ପ୍ରେସଭ୍ୟୁ ଆଖି ଡ୍ରପ୍ ପାଇଁ ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସକୁ ସ୍ଥଗିତ ରଖିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଉତ୍ପାଦନ ଏବଂ ବିତରଣ ଲାଇସେନ୍ସକୁ ବାତିଲ କରିଛି  ଡିସିଜିଆଇ।

ସୂଚନଯୋଗ୍ୟ; ମୁମ୍ବାଇସ୍ଥିତ ଫାର୍ମାସ୍ୟୁଟିକାଲ ସଂସ୍ଥା ENTOD ପକ୍ଷରୁ ଏହି ଆଇ ଡ୍ରପ୍ ପ୍ରସ୍ତୁତ କରାଯାଇଥିଲା। ଚାଳିଶିଆରେ ଆଉ ଚଷମା ନ ପିନ୍ଧି ଏହି ଡ୍ରପ୍ ବ୍ୟବହାର କରି ଦୃଷ୍ଟିଦୋଷ ଭଲ କରାଯାଇପାରିବ ବୋଲି ଦାବି କରାଯାଉଥିଲା। ଏହାର ନାଁ PresVu Eye Drops ରହିଛି। ଏହି ଆଇ ଡ୍ରପ ବ୍ୟବହାର କଲେ ଆଉ ଚଷମା ପିନ୍ଧିବା ଆବଶ୍ୟକ ପଡିବ ନାହିଁ ବୋଲି ନୂଆ ଆଇ ଡ୍ରପ୍ ପ୍ରସ୍ତୁତକର୍ତ୍ତା ଦାବି କରିଥିଲେ।

ଡିସିଜିଆଇ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, କମ୍ପାନୀ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହୋଇଛି। ବିଭିନ୍ନ ଗଣମାଧ୍ୟମର ରିପୋର୍ଟକୁ ବିଚାରକୁ ନେଇ ସାଧାରଣ ଜନତାଙ୍କ ଦ୍ଵାରା ଦିଆଯାଇଥିବା ଦାବି ଦ୍ୱାରା ବିଭ୍ରାନ୍ତ ହେବାର ସମ୍ଭାବନା ରହିଛି, ଯାହା ପାଇଁ କୌଣସି ଅନୁମୋଦନ ଦିଆଯାଇ ନାହିଁ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଏବଂ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପିଲୋକାର୍ପାଇନ୍ ହାଇଡ୍ରୋକ୍ଲୋରିଡ୍ ସଲୁସନ ଉତ୍ପାଦନ ତଥା ବଜାରକୁ ଦିଆଯାଇଥିବା ଅନୁମତି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ଡିଜିସିଆଇ ନିର୍ଦ୍ଦେଶରେ କୁହାଯାଇଛି।

ଅନ୍ୟପଟେ ତେବେ ଡିସିଜିଆଇର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କଂପାନି କହିଛି

Leave a Reply

Your email address will not be published. Required fields are marked *