ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ । ଆଜି ବିଧାନସଭା ଗୃହରେ ରଣେନ୍ଦ୍ର ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ଖାଉଟି କଲ୍ୟାଣ ମନ୍ତ୍ରୀ ଏହି ଭଳି କହିଛନ୍ତି । ସେ କହିଛନ୍ତି ଗ୍ରାହକଙ୍କୁ ଠକିଥିବା ଅଭିଯୋଗରେ ୫ ମାସରେ ୧୧୬ ସୁନା ବ୍ୟବସାୟୀଙ୍କ ନାଁରେ ମାମଲା ହୋଇଛି । ଏହା ସହ ୫ ମାସରେ ୩୧୨୫ ଚଢାଉ କରିଛି ଖାଉଟି କଲ୍ୟାଣ ବିଭାଗ । ରେଡ୍ ବେଳେ ୧୧୬ ସୁନା ବ୍ୟବସାୟୀ ଧରାପଡ଼ିଛନ୍ତି । ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହ ସେମାନଙ୍କ ଠୁ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି ।

ସେ ଆଉ ମଧ୍ୟ କହିଛନ୍ତି ଗଞ୍ଜାମ, ଖୋର୍ଦ୍ଧା, କଟକ ଜିଲ୍ଲାରେ ଗ୍ରାହକ ସର୍ବାଧିକ ଠକେଇର ଶିକାର ହୋଇଥିବା ଜଣାପଡିଛି। ଅଭିଯୋଗ ପରେ ଗତବର୍ଷ ଧରାପଡ଼ିଥିଲେ ୪୯୫ ସୁନା ବ୍ୟବସାୟୀ । ତାଙ୍କ ପାଖରୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା।

 

Leave a Reply

Your email address will not be published. Required fields are marked *