ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟି ଅଙ୍ଗନବାଡି କର୍ମୀ ମାଡ଼ ଖାଇଛନ୍ତି । ଭୁଲବଶତଃ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ଫର୍ମ ଦେଇଥିଲେ। ପରେ ସୁଭଦ୍ରା ଫର୍ମ ଫେରାଇ ନେବାକୁ ନେଇ ଗଣ୍ଡଗୋଳ ହେବା ସହ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବ୍ରହ୍ମଟିକିରି ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି ଏଭଳି ଘଟଣା ସାମ୍ନାକୁ ଆସିଛି ।

ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଏବେ ଯୋଜନା ପାଇଁ ଆବେଦନ ଚାଲିଛି। ଏଥିପାଇଁ ବୟସସୀମା ୨୧ରୁ ୬୦ ବର୍ଷ ରହିଛି। ଅନେକ ସ୍ଥାନରେ ଫର୍ମ ପ୍ରଦାନ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *