ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ର ଦଶମ ଦିନରେ ଭାରତକୁ ଆସିଛି ଆଉ ୨ଟି ପଦକ। ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ। ପୁରୁଷ ଜାଭେଲିନ୍ ଥ୍ରୋ ଏଫ-୪୧ ଫାଇନାଲରେ ଜାଭେଲିନରେ ନବଦୀପ ସିଂହ ଐତିହାସିକ ବିଜୟ ହୋଇଛି । ତାଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣକୁ ବଦଳିଛି। ପୂର୍ବରୁ ସ୍ୱର୍ଣ୍ଣ ଜିତିଥିବା ଇରାନର ସାଦେଘ ବେତ୍ ସୟାହ ଡିସକ୍ୱାଲିଫାଏ ହେବାରୁ ନବଦୀପଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ବିଫାଇନାଲରେ ତୃତୀୟ ଥ୍ରୋରେ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ୪୭.୩୨ ମିଟର ହାସଲ କରିଥିଲେ ନବଦୀପ। ବିବାଦୀୟ ପତାକା ପ୍ରଦର୍ଶନ କରିବାରୁ ସାଦେଘ ଅଯୋଗ୍ୟ ଘୋଷିତ ହୋଇଥିବା ଜଣାପଡିଛି ।

ଦୌଡ଼କୁଦରେ ସିମରନ ରୌପ୍ୟ ପଦକ ପଦକ ଜିତିଛନ୍ତି। ମହିଳା ୨୦୦ ମିଟର ଟି-୧୨ ଇଭେଣ୍ଟରେ ସିମରନ ୨୪.୭୫ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ଜିତିଛନ୍ତି। ୭ ସ୍ବର୍ଣ୍ଣ, ୯ ରୌପ୍ୟ, ୧୩ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୨୯ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *