ଗୁଜରାଟର ପୋରବନ୍ଦର ଉପକୂଳ ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଜରୁରୀ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୩ ଜଣ କ୍ରୁ ମେମ୍ବର ନିଖୋଜ ହୋଇଯାଇଛନ୍ତି । ଆଇସିଜେର ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ଏଏଲଏଚ୍)ରେ ଥିବା ୪ ଜଣ କ୍ରୁ ମେମ୍ବରଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ସଦସ୍ୟଙ୍କୁ ଖୋଜା ଚାଲିଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ସମୁଦ୍ରରୁ ହେଲିକପ୍ଟରର ଧ୍ବଂସାବଶେଷ ଉଦ୍ଧାର ହୋଇଥିବା ବେଳେ କ୍ରିଉଙ୍କୁ ଠାବ ପାଇଁ ୪ ଜାହଜ, ୨ଟି ବିମାନ ନିୟୋଜିତ ହୋଇଛନ୍ତି।

ସେପ୍ଟେମ୍ବର ୨ ତାରିଖ ରାତିରେ ଗୁଜରାଟର ପୋରବନ୍ଦର ଉପକୂଳରେ ମୋଟର ଟ୍ୟାଙ୍କର ହରି ଲୀଲାରୁ ଆହତ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ଏକ ଏଏଲଏଚ୍ ହେଲିକପ୍ଟର ଉଡ଼ାଣ ଭରିଥିଲା। ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା, ଏହି ସମୟରେ ସମୁଦ୍ରକୁ ଖସି ପଡ଼ିଥିଲା।

Leave a Reply

Your email address will not be published. Required fields are marked *