ଦିଲ୍ଲୀ ୱାକଫ୍ ଚାକିରି ଅନିୟମିତତା ମାମଲାରେ ଗିରଫ । ଦୀର୍ଘ ଘଣ୍ଟାର ରେଡ୍ ପରେ ଅମାନତୁଲ୍ଲା ଗିରଫ ।ଦିଲ୍ଲୀ ବାସଭବନରେ ସକାଳୁ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।

ସୂଚନା ମୁତାବକ; ୨୦୧୮ରୁ ୨୦୨୨ ଭିତରେ ଦିଲ୍ଲୀ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଅମାନୁତୁଲ୍ଲା ଖାନ୍ ବେଆଇନ୍ ନିଯୁକ୍ତି ମାଧ୍ୟମରେ ବିପୁଳ ଟଙ୍କା ସଂଗ୍ରହ କରିଥିଲେ । ଅମାନତୁଲ୍ଲାଙ୍କ ବିରୋଧରେ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଭାବେ ୩୨ ଜଣଙ୍କୁ ଅବୈଧ ନିଯୁକ୍ତି ଦେବା ନେଇ ଅଭିଯୋଗ ରହିଥିଲା । ଏଥିସହିତ ବୋର୍ଡର ସମ୍ପତ୍ତିକୁ ଭଡ଼ାରେ ଦେବା ଓ ଧନର ଦୁରୂପଯୋଗ କରିବା ନେଇ ବିଧାୟକଙ୍କ ନାମରେ ମଧ୍ୟ ଅଭିଯୋଗ ଆସିଥିଲା ।

ପ୍ରଥମେ ୨୦୨୦ ମସିହାରେ ଏସିବିରେ ଦିଲ୍ଲୀ ୱାକଫ ବୋର୍ଡରେ କନ୍ତ ଅବୈଧ ନିଯୁକ୍ତି ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୨୦୨୨ ସେପ୍ଟେମ୍ବର ୧୬ ତାରିଖରେ ଭଷ୍ଟ୍ରାଚାର ନିରୋଧକ ଶାଖା ଏସିବି ତରଫରୁ ତାଙ୍କୁ ଗିରଫ କରିଥିବା ବେଳେ ସେହି ବର୍ଷ ସେପ୍ଟେମ୍ବର ୨୮ ରେ ତାଙ୍କୁ ଜାମିନ୍ ମଧ୍ୟ ମିଲିଯାଇଥିଲା । ଏହାପରେ ଦିଲ୍ଲୀ ୱାକଫ ବୋର୍ଡ ଘୋଟାଲାରେ ଇଡି ୨୦୨୪ ଏପ୍ରିଲ ୧୮ ରେ ତାଙ୍କୁ ପୁଣି ଗିରଫ କରିଥିଲା । କିନ୍ତୁ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ୍ ଆଧାରରେ କୋର୍ଟ ତାଙ୍କୁ ଏପ୍ରିଲ ୨୮ ତାରିଖ ଦିନ ଜାମିନ ପ୍ରଦାନ କରିଥିଲା । ଏହାପରେ ଆଜି ପୁଣି ଇଡି ତାଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *