କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସାକ୍ଷାକାରରେ ଦେଶରେ ହେଉଥିବା ଦୁଷ୍ମର୍ମ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କରି କହିଛନ୍ତି ଝିଅମାନଙ୍କ ବିରୋଧରେ ହେଉଥିବା ଅପରାଧ ଆଉ ସହ୍ୟ କରାଯିବନି । ଏବେ ବହୁତ ହୋଇଗଲା। ଏ ସବୁ ଘଟଣା ପାଇଁ ମୁଁ ନିରାଶ ଓ ଭୟଭୀତ ମଧ୍ୟ । ଅନେକ ସମୟରେ ନିନ୍ଦନୀୟ ମାନସିକତା ଥିବା ଲୋକମାନେ ମହିଳାମାନଙ୍କୁ କମ୍‌ ଶକ୍ତିଶାଳୀ, କମ୍‌ ଦକ୍ଷ, କମ୍‌ ବୁଦ୍ଧିମତି ବୋଲି ଭାବନ୍ତି। କୌଣସି ସଭ୍ୟ ସମାଜ ଝିଅ ଏବଂ ଭଉଣୀମାନଙ୍କ ଉପରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ।

ଏହା ସହ କୋଲକାତାରେ ଘଟିଥିବା ଏହି ଘଟଣାରେ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି, କୌଣସି ସଭ୍ୟ ସମାଜରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଅନୁମତି ଦିଆଯାଇପାରିବ ନାହିଁ। ସମାଜ ମଧ୍ୟ ସଚ୍ଚୋଟ, ନିରପେକ୍ଷ ଏବଂ ଆତ୍ମନିରୀକ୍ଷଣ ହେବା ଉଚିତ।

 

 

Leave a Reply

Your email address will not be published. Required fields are marked *