ବିଧାନସଭାରେ ପ୍ରଶ୍ନକାଳରେ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା। ଜାତିଭିତ୍ତିକ ଜନଗଣନା ଆଲୋଚନା ଦାବିରେ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡିୟମ୍‌ ନିକଟରେ କଂଗ୍ରେସ ସଦସ୍ୟ ନାରାବାଜି ଦେଇଛନ୍ତି । ତାରା ବାହିନୀପତି ଓ ଅଧିରାଜ ପାଣିଗ୍ରାହୀ ପୋଡ଼ିୟମକୁ ଚଢ଼ିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ଫଳରେ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି।

ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଓ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଲେ ବିରୋଧୀ। ଦେଶ ତଥା ରାଜ୍ୟର ସଠିକ ନୀତି ପ୍ରଣୟନ ପାଇଁ ଆଗେଇ ଆସିଲେ ସାଧାରଣ ବର୍ଗ ନେତା ତାରା ପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ ଓ ଦେବୀ ରଞ୍ଜନ ତ୍ରିପାଠୀ। ଚଳିତ ବର୍ଷ ରାଜ୍ୟର ୧୮୬୩ ଏମବିବିଏସ ଓ ବିଡିଏସ ନାମ ଲେଖା ପାଇଁ
ପ୍ରକିୟା ଆରମ୍ଭ ହୋଇଛି। ମାତ୍ର ଚଳିତ ଥର ମଧ୍ୟ ରାଜ୍ୟର ଜନସଂଖ୍ୟାର ପ୍ରାୟ ୯୪ ଭାଗ (ଅନୁସୂଚିତ ଜନଜାତି ଓ ଜାତି ଏବଂ ପଛୁଆବର୍ଗ ) ଛାତ୍ରଛାତ୍ରୀଙ୍କ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ନିୟମକୁ ସମ୍ପୂର୍ଣ୍ଣ ରୂପରେ ଅଣଦେଖା କରାଯାଇଛି। ଏସଟି, ଏସସି ବର୍ଗଙ୍କୁ ସଂଖ୍ୟାନୁପାତରେ ୩୮.୭୫% ସଂରକ୍ଷଣ ପରିବର୍ତ୍ତେ ମାତ୍ର ୨୦% ସଂରକ୍ଷଣ ପ୍ରଦାନ କରାଯାଉଛି।

ସେହିଭଳି ରାଜ୍ୟର ଅଧା ଜନସଂଖ୍ୟାର ପ୍ରତିନିଧିତ୍ଵ କରୁଥିବା ପଛୁଆ ବର୍ଗଙ୍କୁ କୌଣସି ସଂରକ୍ଷଣ ପ୍ରଦାନ କରାଯାଇନାହିଁ। ସେମାନଙ୍କୁ ୨୭% ସଂରକ୍ଷଣ ନେଇ ନିୟମ ରହିଥିଲେ ବି ଏହାକୁ ବର୍ଷ ବର୍ଷ ଧରି ଅନୁପାଳନ କରାଯାଉ ନାହିଁ। ନିଟ, ଘରୋଇ ବିଶ୍ବବିଦ୍ୟାଳୟ, ଏମ୍ସ ପରେ ୧୩୬୦ ସିଟ୍ ନାମ ଲେଖା ପାଇଁ ଉପଲବ୍ଧ। ତନ୍ମଧ୍ୟରୁ ରାଜ୍ୟର ୬% ଜନସଂଖ୍ୟାରୁ ଆସୁଥିବା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦% ସଂରକ୍ଷଣ ଇଡବ୍ଲ୍ୟୁଏସ ଦ୍ଵାରା ସୁନିଶ୍ଚିତ କରାଯାଇଛି । ଏସସି, ଏସଟିମାନଙ୍କୁ ୩୮.୭୫% ପରିବର୍ତ୍ତେ ମାତ୍ର ୨୦% ସଂରକ୍ଷଣ ଦିଆ ଯାଉ ଥିବାରୁ ଏହି ବର୍ଗ ୨୫୫ଟି ଏମବିବିଏସ ସିଟ୍ ହରାଇବାକୁ ଯାଉଛି। ଅନୁରୂପ ଭାବେ ପଛୁଆବର୍ଗ (ଓବିସି)ଙ୍କୁ ଆଦୌ ସଂରକ୍ଷଣ ଦିଆ ଯାଉନାହିଁ।୨୭% ସଂରକ୍ଷଣ ଦିଆଯାଇ ନଥିବାରୁ ସେମାନେ ୩୬୭ ସିଟ୍ ହରାଇବାକୁ ଯାଉଛନ୍ତି। ତେଣୁ ଆସନ୍ତା ୨୯ ତାରିଖରୁ ହେବାକୁ ଥିବା ନାମ ଲେଖା ପ୍ରକ୍ରିୟା ବାତିଲ କରି ଏସସି, ଏସଟି ଓ ଓବିସିଙ୍କୁ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ପ୍ରଦାନ ପୂର୍ବକ ନୂତନ ବିଜ୍ଞପ୍ତି ପ୍ରକାଶ କରାଯାଉ।

Leave a Reply

Your email address will not be published. Required fields are marked *