ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ ଓ ବାବୁଆଣୀ । ସାଲୋହି ଗ୍ରାମର ଶିବ ଚରଣ କଉଡ଼ିଙ୍କ ଠାରୁ ଜମିଜମା କାଗଜପତ୍ର କରି ଦେବା ସହ ପଟ୍ଟା ପ୍ରଦାନ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ଲାଞ୍ଚ ନେଉଥିବା ବେଳେ କେଶାଇବାହାଲ ଆରଆଇ ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ ।

ସୂଚନା ମୁତାବକ; ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ରାଜସ୍ୱ ନୀରିକ୍ଷକ ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ ପରେ ଉଭୟଙ୍କୁ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍ । ଆଜି ଜମିଜମା କାଗଜପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟଙ୍କୁ ଗିରଫ କରିଛି କୁଚିଣ୍ଡା ଭିଜିଲାନ୍ସ । ଗିରଫ ପରେ ଉଭୟଙ୍କ ସମ୍ପତ୍ତି ନେଇ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ ।

Leave a Reply

Your email address will not be published. Required fields are marked *