ପୁଣି ଲାଇନଚ୍ୟୁତ ହେଲା ଟ୍ରେନ। ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ସାବରମତୀ ଏକ୍ସପ୍ରେସ୍‌ ବାରାଣାସୀରୁ ଅହମ୍ମଦାବାଦ ଯାଉଥିଲା ସମୟରେ ହୋଇଛି ଲାଇନଚ୍ୟୁତ । କାନପୁର-ଭୀମସେନ ଷ୍ଟେସନ ମଝିରେ ଟ୍ରେନର ୨୦ଟି ବଗି ଲାଇନଚ୍ୟୁତ ହୋଇଛି । ଏକ ବଡ଼ ପଥର ସହ ଇଞ୍ଜିନ୍ ଧକ୍କା ଲାଗିବାରୁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ରହିଛି । ତେବେ ଟ୍ରେନ ଇଞ୍ଜିନ୍‌ର କିଛି ଅଂଶ ନଷ୍ଟ ହୋଇଯାଇଛି । ଏହାପରେ ଯାତ୍ରୀ ମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ବସ୍‌ ପଠାଇଲା ଭାରତୀୟ ରେଳବାଇ ।

Leave a Reply

Your email address will not be published. Required fields are marked *