ଷ୍ଟାର୍ଟଅପ ଓଡ଼ିଶାରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାର ତଦନ୍ତ ହେବ। ଏଥିପାଇଁ ଏକ କମିଟି ଗଠିତ ହୋଇଛି। ଅର୍ଥ ବିଭାଗର ଅଧିକାରୀ, ଏମଏସଏମଇ ବିଭାଗ ଏବଂ ସାଧାରଣ ଉଦ୍ୟୋଗ ବିଭାଗକୁ ନେଇ ଏହି ଏକ କମିଟି ଗଠିତ ହୋଇଛି । କମିଟିରେ ଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଅଧ୍ୟକ୍ଷ ରହିବେ। ଅର୍ଥ ବିଭାଗର ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ଏବଂ ପିଇ ବିଭାଗର ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ସଦସ୍ୟ ରହିବେ। ଏହି କମିଟି ଷ୍ଟାର୍ଟଅପ ଓଡିଶାର ବିଭିନ୍ନ ଦିଗଗୁଡ଼ିକର ଯାଞ୍ଚ କରିବ। ରାଜ୍ୟ ମଧ୍ୟରେ ଓ ବାହାରେ ଷ୍ଟାର୍ଟଅପର ଆର୍ଥିକ ଅନୁଦାନ, ବିଭିନ୍ନ ବେସରକାରୀ ଅନୁଷ୍ଠାନକୁ ଦିଆଯାଇଥିବା ପାଣ୍ଠି ଓ ଅନୁଦାନ, ପ୍ରକଳ୍ପ ପରିଚାଳନା ପରାମର୍ଶଦାତା କେତେ କାମ କରିଛନ୍ତି, ପ୍ରକଳ୍ପ ଅଧିକାରୀଙ୍କ ଏନପିଏସ ଓ ଇପିଏଫକୁ ଅବଦାନ ଓ ଏମଏନସି ଦ୍ୱାରା ଅଫିସ ସ୍ଥାନର ବ୍ୟବହାର ଆଦିକୁ ଉପରୋକ୍ତ କମିଟି ତଦନ୍ତ କରିବ। ଏହି କମିଟି ଆସନ୍ତା ୨୧ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରଦାନ କରିବ। Post navigation ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଅଟକାଇ ପ୍ରତିବାଦ ଫୁଲୁଛି ମହାନଦୀ; ୧୦ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି