ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ। ୨୦ରୁ ଅଧିକ ବଗି ଛାଡି ପଳାଇଲା ମାଲଗାଡ଼ି। ଭଦ୍ରକରୁ ଖଡ଼ଗପୁର ଅଭିମୁଖେ ଯାଉଥିଲା ବେଳେ ବସ୍ତା-ଅମର୍ଦା ରୋଡ୍‌ ଷ୍ଟେସନ ନିକଟରେ ଏଭଳି ଅଘଟଣ ଘଟିଛି।ଛରେ ବଗି ନ ଥିବା ଜଣାପଡ଼ିବା ପରେ ଡ୍ରାଇଭର ନାରଙ୍ଗାବାଦଠାରେ ଟ୍ରେନକୁ ଅଟାଇଥିଲେ। ଫଳରେ ଟ୍ରେନର ବଗିଗୁଡ଼ିକ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା।

ପରି ବଗିଗୁଡ଼ିକ ଅଲଗା ହେଲା ତାହା ଜଣାପଡ଼ି ନ ଥିବାବେଳେ ଇଞ୍ଜିନଟି ପ୍ରାୟ ୩ କିଲୋମିଟର ଯିବା ପରେ ମାଲଗାଡ଼ିରେ ଅବଶିଷ୍ଟ ବଗି ନ ଥିବା ଜଣାପଡ଼ିଥିଲା। ଫଳରେ ଡ୍ରାଇଭର ଟ୍ରେନକୁ ଅଟକାଇଥିଲେ। ୫ଟି ବଗି ସହ ୧ କିମି ଆଗକୁ ପଳାଇଥିଲା ଇଞ୍ଜିନ। ପରେ ରେଲୱେ ବିଭାଗ ପକ୍ଷରୁ ବଗି ଯୋଡ଼ା ଯାଇଥିବା ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *