ଭିଜିଲାନ୍ସ ପଞ୍ଝାରେ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି। ମଙ୍ଗଳବାର ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ଶ୍ରୀମତୀ ମହାନ୍ତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ।

ବିଲ୍ ପାସ କରିଦେବା ପାଇଁ ମାଡାମ୍ ମୋଟା ଅଙ୍କର ଲାଞ୍ଚ ନେଉଥିଲେ। କେବଳ ସେତିକି ନୁହେଁ, ଏହା ସହ ମଟନ୍, ଦେଶୀ ମାଛ ପାଇଁ ମଧ୍ୟ ଡିମାଣ୍ଡ କରୁଥିଲେ। ବେଳେ ବେଳେ ଦୟା ନଦୀର ଛଟା ଚିଙ୍ଗୁଡ଼ି ସାଙ୍ଗକୁ ଦେଶୀ ପରିବା ଘରେ ଦେବା ପାଇଁ କହୁଥିଲେ। ମାଡାମଙ୍କ ଡରରେ ଠିକାଦାରମାନେ ତାଙ୍କର ସବୁ ଇଚ୍ଛାକୁ ଯଥାସମ୍ଭବ ପୂରଣ କରି ଚାଲିଥିଲେ। ଏବେ ମାଡମ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଠିକାଦାରମାନେ ମୁହଁ ଖୋଲିଛନ୍ତି। ଫଳରେ ମାଡାମଙ୍କ ଅସଲ ଚେହେରା ପଦାକୁ ଆସିଛି ।

ଅଭିଯୋଗକାରୀ ଠିକାଦାର ଅକ୍ଷୟ ଦାସ କହିଛନ୍ତି, ବିଭିନ୍ନ ସମସ୍ୟା ନେଇ ଆମେ ବିଡିଓଙ୍କ ପାଖକୁ ଯାଇଥାଉ। ହେଲେ ବିଡିଓ ନିବେଦିତା ମାଡାମଙ୍କୁ ଦେଖା କରିବାକୁ କହିଥାନ୍ତି। ଏଥିସହ ନିବେଦିତା ମାଡାମଙ୍କ ପାଖରୁ ସବୁ ସର୍ତ୍ତ ବିଷୟରେ ବୁଝି ନେବ ବୋଲି କହିଥାନ୍ତି। ନିବେଦିତା ମାଡାମଙ୍କ ପାଖକୁ ଗଲେ ପିସି ମାଗିଥାନ୍ତି। ଏଥିସହ ଦେଶୀ ମାଛ, ମଟନ, ଦୟା ନଦୀର ଛଟା ଚିଙ୍ଗୁଡ଼ି ଆଣିବାକୁ କହିଥାନ୍ତି। ଏଥିସହ ଦେଶୀ ପରିବା ଧରି ଆସିବା ପାଇଁ ମଧ୍ୟ କହିଥାନ୍ତି। ଏଜେଣ୍ଟମାନେ ଭୟଭୀତ ହୋଇ ବିଲ୍ ପାସ ପାଇଁ ସବୁ ଇଛା ପୂରଣ କରୁଥିଲେ। ଯେ କୌଣସି ଡିଲ୍ ହେଉଥିଲା ନିବେଦିତା ମାଡାମ ସବୁ ବୁଝୁଥିଲେ।

By Nirvay

Leave a Reply

Your email address will not be published. Required fields are marked *