ନାବାଳକ ଗାଡ଼ି ଚଲାଉଥିଲେ ସାବଧାନ ହୋଇଯାଆନ୍ତୁ। ରାଜ୍ୟରେ ବଢ଼ୁଥିବା ଦୁର୍ଘଟଣା ତଥା ବେପାରୁଆ ଗାଡ଼ିଚାଳନାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) କଠୋର ହୋଇଛି । ଆସନ୍ତା ସପ୍ତାହରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ଧରପଗଡ଼ ହେବ।

ନାବାଳକ ଗାଡ଼ି ଚାଳକ ଧରାପଡ଼ିଲେ ଗାଡ଼ି ଜବତ ହେବା ସହ ୨୫ ହଜାର ଜୋରିମାନା ଗଣିବାକୁ ହେବ। କେବଳ ଏତିକି ନୁହେଁ ଉକ୍ତ ନାବାଳକଙ୍କ ମା’ବାପାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଏ ନେଇ ସୂଚନା ଦେଇଛନ୍ତି ଏସଟିଏ ସହକାରୀ କମିଶନର ଲାଲମୋହନ ସେଠୀ।

By Nirvay

Leave a Reply

Your email address will not be published. Required fields are marked *