ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ବର୍ଷାର ସ୍ଥିତି ଦିନ ଦିନରେ ସଂକଟାପୂର୍ଣ୍ଣ ହେବାକୁ ଲାଗିଛି । ବର୍ଷା ପାଇଁ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ। ସେଥିପାଇଁ ଚାଳିତବର୍ଷ ମଧ୍ୟ ଲଘୁଚାପ ବର୍ଷା ଯୋଗୁଁ ମାଲକାନଗିରିର କାଙ୍ଗୁରକୋଣ୍ଡା ଏନ୍ଏଚ୍ ୩୨୬ର ଥିବା ପୋଲ ଉପରେ ଆଣ୍ଠୁଏ ଉଚ୍ଚର ପାଣି ସୁଅ ଚାଲୁଛି। ପୋଲ ଉପରେ ୩ ଫୁଟ୍ ପାଣି ହୋଇଥିବାରୁ ମାଲକାନଗିରିରୁ କାଲିମେଳା ଓ କାଲିମେଳାରୁ ମୋଟୁ ପର୍ଯ୍ୟନ୍ତ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ୟପକ୍ଷରେ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ପାଣି ବଢ଼ିଲେ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନର୍ଦ୍ଦେଶ ଦେଇଛନ୍ତି। Post navigation ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ହେଲେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ଭିଜିଲାନ୍ସର ହାତରେ ଧରାପଡିଲେ ସରପଞ୍ଚ