ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ଭାବରେ ଓଡ଼ିଶାର ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଓଡ଼ିଶାର ଏଜି ଭାବେ ନିଯୁକ୍ତି ଦେଇଛନ୍ତି। ଆଇନ୍ କ୍ଷେତ୍ରରେ ପୀତାମ୍ବର ଆଚାର୍ଯ୍ୟଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ପୀତାମ୍ବର ଆଚାର୍ଯ୍ୟ ଛାତ୍ର ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ ଥିଲେ। ଛାତ୍ର ଜୀବନରେ ସେ ବିଜେବି କଲେଜ ଛାତ୍ର ସଂସଦର ସାଧାରଣ ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ପରବର୍ତ୍ତୀ କାଳରେ ବିଶ୍ୱ ବିଦ୍ୟାଳୟ ଆଇନ ମହାବିଦ୍ୟାଳୟର ସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ବହୁଦିନ ଧରି କଂଗ୍ରେସରେ ଥିବା ପୀତାମ୍ବର ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଥିଲେ । ଦଳକୁ ସମସ୍ତ ଆଇନଗତ ପରାମର୍ଶ ଓ ସହଯୋଗ ଦେବାରେ ସେ ନେତୃତ୍ୱ ନେଇ ଆସିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ସେ ହିଞ୍ଜିଳିରୁ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ି ଚର୍ଚ୍ଚାର ପରିସରକୁ ଆସିଥଲେ। Post navigation ଅବପାତର ରୂପ ନେଲା ଲଘୁଚାପ ବର୍ଷା ଯୋଗୁଁ ବିଚ୍ଛିନ୍ନ ହେଲା ମାଲକାନଗିରିର ବିଭିନ୍ନ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା