ବାରିପଦା ଘରୋଇ ‘ସାଇ’ ନର୍ସିଂହୋମରେ ଅଗ୍ନିକାଣ୍ଡ । ଭୋର୍ ସମୟରେ ଦ୍ବିତୀୟ ମହଲାର ICUରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଏସିରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି । ନର୍ସିଂହୋମରେ ଅଳ୍ପ ରୋଗୀ ଚିକିତ୍ସିତ ହେଉଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣା ପଡିଛି । ଘଟଣାର ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ସମସ୍ତ ରୋଗୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ନିଆଁ ଲାଗିଲା ସେନେଇ ଅଗ୍ନିଶମ ବାହିନୀ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *