ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଛି । ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କମିଟି ବୈଠକ । ରତ୍ନଭଣ୍ଡାର ଖୋଲା ସହ ଗଣତି ଓ ମଣତି ପ୍ରକ୍ରିୟାର ରୂପରେଖ ଏହି ବୈଠକର ନିଷ୍ପତ୍ତି ଉପରେ ନିର୍ଭର କରୁଥିବାରୁ ଏହା ଉପରେ ଅଗଣିତ ଭକ୍ତଙ୍କ ନଜର ରହିଛି ।

ଅନ୍ୟପଟେ ପୂର୍ବରୁ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ କରାଯାଇଥିଲା। କିନ୍ତୁ ପରେ ରାଜ୍ୟ ସରକାର ରତ୍ନଭଣ୍ଡାର ଯାଞ୍ଚ ପାଇଁ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରିଛନ୍ତି।

Leave a Reply

Your email address will not be published. Required fields are marked *