ଚଳିତ ଟି-୨୦ ବିଶ୍ୱକପରେ ପ୍ରଥମଥର ସେମିଫାଇନାଲରେ ପାଦ ଥାପିଛି ଆଫଗାନିସ୍ତାନ ଟିମ୍ । ସୁପର-୮ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶକୁ ହରାଇବା ସହ ସେମିରେ ପ୍ରବେଶ କରିଛି ଦଳ । ଆଫଗାନିସ୍ତାନ କ୍ରିକେଟ୍ ଟିମ୍ ପାଇଁ ଏହା ଐତିହାସିକ ମୁହୂର୍ତ୍ତ । ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ବିଜୟ ହାସଲ କରିଛି ଦଳ । ଫଳରେ ସେମିଫାଇନାଲ୍ରେ ସାଉଥ୍ ଆଫ୍ରିକାକୁ ଭେଟିବାକୁ ଯାଉଛି ଆଫଗାନିସ୍ତାନ । ଆସନ୍ତା ୨୭ ତାରିଖରେ ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ଭିତରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ । ସୂଚନା ଅନଯାୟୀ, ଆଫଗାନିସ୍ତାନ ଟିମ୍ ୪ଟି ମ୍ୟାଚ୍ରୁ ୩ଟିରେ ଜିତ୍ ହାସଲ କରି ସୁପର ୮ ଟିକେଟ୍ ପାଇଥିଲା । ଆଜି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୫ ରନ୍ କରିଥିଲା ଆଫଗାନିସ୍ତାନ । ତେବେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଇଂନିସରେ ବାଲାଂଦେଶକୁ ଡିଏଲଏସ୍ ମେଥଡରେ ୧୧୪ ରନର ଟାର୍ଗେଟ ଦିଆଯାଇଥିଲା । ହେଲେ ଏହି ରନ୍ ସଂଗ୍ରହ କରିବା ଲକ୍ଷ୍ୟରେ ଆଗକୁ ବଢୁଥିବା ବାଂଲାଦେଶ କିନ୍ତୁ ପଛରେ ପଡିଯାଇଥିଲା । କିନ୍ତୁ ସୁପର ୮ରେ ଦଳ ନ୍ୟୁଜ୍ଲ୍ୟାଣ୍ଡ ଭଳି ଶକ୍ତିଶାଳୀ ଟିମ୍କୁ ହରାଇ ସମସ୍ତଙ୍କୁ ଚମକାଇ ଦେଇଥିଲା । ଏହାଛଡ଼ା ସୁପର ୮ରେ ଅଷ୍ଟ୍ରେଲିଆ ଭଳି ଦଳକୁ ହରାଇ ବିଶ଼୍ବ କ୍ରିକେଟ୍ର ଦୃଷ୍ଟି ଆକର୍ଷଣ କରିଥିଲା । ଆଫଗାନିସ୍ତାନର ଏହି ବିଜୟ ଅଷ୍ଟ୍ରେଲିଆକୁ ବିଶ୍ୱକପରୁ ବିଦାୟ ଦେଇଛି । Post navigation ଦିଲ୍ଲୀ ଜଳମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ, ଆଇସିୟୁରେ ଭର୍ତ୍ତି ଗୁପଚୁପ୍ ଦହିବରା ଓ ଚୁସକି ପାଇଁ ବଢିଛି ଜଣ୍ଡିସ୍!