ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା। ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (NADA) ଦ୍ୱାରା ପୁନିଆଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଯାହାଫଳରେ ବଜରଙ୍ଗ ପୁନିଆଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଦ୍ୱନ୍ଦ୍ବ ଲାଗି ରହିଛି । ସୂତ୍ର ଅନୁସାରେ, ସୋନିପଥରେ ଚାଲିଥିବା ଟେଷ୍ଟ ସମୟରେ ବଜରଙ୍ଗ ତାଙ୍କ ପରିସ୍ରା ନମୁନା ଦେବାକୁ ମନା କରି ଦେଇଥିଲେ। ସୂଚନା ଅନୁସାରେ, ମାର୍ଚ୍ଚ ୧୦ ତାରିଖରେ ନାଡା ବଜରଙ୍ଗ ପୁନିଆଙ୍କୁ ତାଙ୍କ ନମୁନା ଦେବାକୁ କହିଥିଲେ, କିନ୍ତୁ ଏହି ଷ୍ଟାର ରେସଲର ଏହି ଟେଷ୍ଟକୁ ଅଣଦେଖା କରିଥିଲେ। ସେଥିପାଇଁ NADA ବିଶ୍ୱ ଆଣ୍ଟି ଡୋପିଂକୁ ସ୍ଥଗିତ ରଖିଛି। ଏନେଇ ଏକ ନୋଟିସ୍ ଜାରି କରାଯାଇ ଟେଷ୍ଟ ନ କରିବାର କାରଣ ମଧ୍ୟ ବଜରଙ୍ଗ ପୁନିଆଙ୍କୁ ପଚରା ଯାଇଥିଲା । ୨୩ ଏପ୍ରିଲରେ ବଜରଙ୍ଗ ପୁନିଆଙ୍କୁ ନୋଟିସ୍ ପଠାଯାଇଥିଲା ଏବଂ ମେ ୭ ତାରିଖ ମଧ୍ୟରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ହିଁ ଶୁଣାଣିର ତାରିଖ ନିଶ୍ଚିତ କରାଯିବ। Post navigation ସୋମବାରଠାରୁ ନୂଆ ଲୋକସଭାର ପ୍ରଥମ ଅଧିବେଶନ ନିଟ୍, ପିଜି ପରୀକ୍ଷା ବାତିଲ ପରେ ବଢୁଛି ଅସନ୍ତୋଷ