ଭୁବନେଶ୍ବର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପଟିଆ ଛକ ନିକଟରେ ଥିବା କେ.କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ୫୦୮ ନଂ ଫ୍ଲାଟରେ ଲାଗିଲା ନିଆଁ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଉକ୍ତ ଫ୍ଲାଟଟି ଦୀର୍ଘ ଦିନ ହେଲା ତାଲା ପଡ଼ିଥିବାରୁ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଲାଗିଥିବା ଅନୁମାନ କରାଯାଉଛି।
ପଟିଆ ଛକ ନିକଟରେ ଥିବା କେ.କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ୫୦୮ ନଂ ଫ୍ଲାଟରୁ ସକାଳୁ ସକାଳୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଏହା ଚାରିଆଡକୁ ବ୍ୟାପିଯାଇଥିଲା। ଘଟଣାସ୍ଥଳରେ ଅଷ୍ଟମ ମହଲାରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ପହଁଚି ଏହାକୁ ଲିଭାଇଛନ୍ତି । ପ୍ରାୟ ଅଧ ଘଂଟାର ଅପରେସନ ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରାଯାଇଛି । ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି।