ଆଜି ରାୟଗଡ଼ା ଜିଲ୍ଲାର କାଶୀପୁରରେ ଡିପଥେରିଆ ରୋଗ ପାଇଁ ବୁଷ୍ଟର ଡୋଜ ଦିଆଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରୋଗ ବ୍ୟାପିଥିବା ମୁନୁଷପଦର ସହ କାଶୀପୁରର ୮୦ଟି ଗାଁରେ ଏହି ବୁଷ୍ଟର ଡୋଜ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତରାୟ।

ବୁଷ୍ଟର ଡୋଜ ଦିଆଯିବା ପାଇଁ ୩ଟି ବିଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ୦-୧ ବର୍ଷ ମଧ୍ୟରେ ଶିଶୁଙ୍କୁ ପେଣ୍ଟା ଡୋଜ, ଦ୍ଵିତୀୟରେ ୧ରୁ ୭ ବର୍ଷ ମଧ୍ୟରେ ଶିଶୁଙ୍କୁ ଡିପିଟି ଡୋଜ ଓ ତୃତୀୟରେ ୭ରୁ ୧୫ବର୍ଷ ମଧ୍ୟରେ ଶିଶୁଙ୍କୁ ଟିଡି ଡୋଜ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁ, ଏହି ରୋଗ ଅନ୍ୟ ଗାଁ’କୁ ଯେପରି ନ ବ୍ୟାପେ ସେଥିପ୍ରତି ଧ୍ୟାନ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ମୁନୁଷପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ବେଳେ ବାକି ୬ଟି ଗାଁ’କୁ ମଧ୍ୟ କଣ୍ଟେନମେଣ୍ଟ ଜୋନ କରାଯିବ ବୋଲି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *