ବାଲେଶ୍ୱରରେ ସାମ୍ପ୍ରଦାୟିକ ହିଂସା ପଛରେ ଆଉ ଷଡ଼ଯନ୍ତ୍ର ରହିନି ତ ? ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ଶପଥ ଗ୍ରହଣ କରୁ କରୁ ତାକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଜଣାପଡୁ଼ଛି। ଏ ନେଇ ନବୀନ ନିବାସରେ ଘନ ଘନ ବୈଠକ ବସୁଛି। ଭି.କେ. ପାଣ୍ଡିଆନ ଏବେ ବି ନବୀନ ନିବାସରେ ଗୁପ୍ତ ସ୍ଥାନରେ ବସି ରାଜନୈତିକ ଗୋଟି ଚାଳନା କରୁଥିବା ଜଣାପଡିଛି। ପୂର୍ବତନ ଅଫିସର ଓ ପୋଲିସ ମଧ୍ୟ ଏଥିରେ ସାମିଲ ଅଛନ୍ତି। ଜାତୀୟସ୍ତରରେ ଓଡ଼ିଶାର ବିଜେପି ସରକାରକୁ ବଦନାମ କରିବା ପାଇଁ ରୀତିମତ ଚେଷ୍ଟା ଚାଲିଛି। ଇକୋସିଷ୍ଟମ ଚାଲିଛି। ଜାଣିଜାଣି ଏଭଳି ଷଡ଼ଯନ୍ତ୍ର କରାଯାଉଛି। ପାଣ୍ଡିଆନ ଓ ତା’ର ଇକୋସିଷ୍ଟମ ଉପାରେ ବିଜେପି ସରକାର ଯେପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେଇଛି ସେତେଦିନ ଯାଏଁ ଶାସନ ବ୍ୟବସ୍ଥା ସୁଦୃଢ଼ କରିବା କଷ୍ଟକର ହେବ। ସେମାନଙ୍କୁ ସହାନୁଭୂତି ନଦେଖେଇ ଦୃଢ଼ ହସ୍ତରେ ଦମନ କରିବା ଉଚିତ। ବେଳ ଥାଉଁ ଥାଉଁ ପଦକ୍ଷେପ ନନେଲେ ଆଗକୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ଏବେ ଅଶାନ୍ତ ହୋଇପଡିଛି ବାଲେଶ୍ୱର। ବିଳମ୍ବିତ ରାତିରେ ଉତ୍ତେଜନା, ପୋଡାଜଳା ପରେ ବାଲେଶ୍ୱରରେ କର୍ଫ୍ୟୁ। ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ବ୍ୟବହାର ଉପରେ ରୋକ ଲଗାଯାଇଛି। ଆଜି ବନ୍ଦ ରହିବ ଦୋକାନ ବଜାର। ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପରିସ୍ଥିତି ଶାନ୍ତ ନପଡିବା ଯାଏଁ ଘରୁ ନବାହାରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଏସପି । ବାଲେଶ୍ୱର ସଦର ସୁନହଟ ଅଞ୍ଚଳରେ ଗତକାଲି ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି। ଦୁଇ ଗୋଷ୍ଠୀ ପରସ୍ପରଙ୍କୁ ଆକ୍ରମଣ କରିଛନ୍ତି । ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇପହିଛନ୍ତି। ବାଲେଶ୍ୱରରେ ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଛନ୍ତି। Post navigation NEET (ନିଟ)କୁ ନେଇ ହରଡ଼ଘଣାରେ ମୋଦି ସରକାର ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଗଲେ ଲକ୍ଷ୍ମଣ