ନୂଆଦିଲ୍ଲୀ: ଭାରତର ବଡ଼ କୂଟନୈତିକ ବିଜୟ । କତାର ଜେଲରୁ ମୁକୁଳିଲେ ୮ ପୂର୍ବତନ ନୌସେନା ଅଧିକାରୀ । ସେମାନଙ୍କ ମଧ୍ୟରୁ ୭ଜଣ ଭାରତ ଫେରିଛନ୍ତି । ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଦୀର୍ଘ ୧୮ ମାସ ହେଲା କତାର ଜେଲରେ ବନ୍ଦୀ ହୋଇଥିଲେ । କତାର କୋର୍ଟ ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ବୈଦେଶିକ ମନ୍ତ୍ରାଳୟର ହସ୍ତକ୍ଷେପ ପରେ ସମସ୍ତ ପୂର୍ବ ନୌସେନା ଅଧିକାରୀ ମୁକ୍ତ ହୋଇଛନ୍ତି । ପରେ ଭାରତ ସରକାର କତାର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । Post navigation ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର, ଏହି ୩ ଜଣଙ୍କୁ ମିଳିବ ଭାରତ ରତ୍ନ ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ରାହୁଲ ଗାନ୍ଧୀଙ୍କ ଚିଠି