ଦକ୍ଷିଣ ଆଣ୍ଡମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେବ ବୋଲି ଆକଳନ କରାଯାଇଛି।

କେବଳ ସେତିକି ନୁହେଁ, ଏହି ସିଷ୍ଟମ୍ ଆହୁରି ଶକ୍ତିଶାଳୀ ହୋଇ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଅବପାତ ବା ଡିପ୍ରେସନ୍ରେ ପରିଣତ ହେବାର ସମ୍ଭାବନା ରହିଛି।

ତେବେ ଏହି ସମ୍ଭାବ୍ୟ ବାତ୍ୟା କିମ୍ବା ଅବପାତର ପ୍ରଭାବ ଆମ ଓଡ଼ିଶା ଉପରେ କିପରି ଏବଂ କେତେମାତ୍ରାରେ ପଡ଼ିବ, ସେନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ପାଣିପାଗ ବିଶେଷଜ୍ଞମାନେ ସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *