ଯୁବ କଂଗ୍ରେସର ରାଜ୍ୟ କମିଟି ଭାଙ୍ଗିଲା । ନୂଆ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ସହ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଆସନ୍ତା ୨୩ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ନିର୍ବାଚନରେ ରାଜ୍ୟ ଯୁବ ସଭାପତି ଓ ସମ୍ପାଦକ, ଜିଲ୍ଲା ଯୁବ ସଭାପତି ଓ ସମ୍ପାଦକ ପଦ ସହ ପ୍ରଥମ ଥର ପାଇଁ ବ୍ଲକ୍ ସଭାପତି ଓ ସମ୍ପାଦକ ପଦ ପାଇଁ ମଧ୍ୟ ନିର୍ବାଚନ ହେବ ।

ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ରଣଜିତ ପାତ୍ର ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ତୁଲାଇବେ । ତେବେ ରଣଜିତ ପାତ୍ରଙ୍କୁ ହଟାଇବାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ସଫଳ ହୋଇଥିବା ଶୁଣିବାକୁ ମିଳୁଛି ।

By Nirvay

Leave a Reply

Your email address will not be published. Required fields are marked *