ଓଡ଼ିଶାର ପୁରୀରୁ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ମଧ୍ୟରେ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ପାଇଁ ରେଲୱେ ବୋର୍ଡ ମଞ୍ଜୁରୀ ଦେଇଛି । ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ପରେ ଏହି ଅନୁମୋଦନ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି । ଏହି ଟ୍ରେନ୍ ପ୍ରତିଦିନ ଚଳାଚଳ କରିବ । ଏଥିରେ ୯ଟି ଏଲ୍ଏଚ୍ବି (LHB) କୋଚ୍ ରହିବ । ଟ୍ରେନ୍ଟି ରାଇରଙ୍ଗପୁର, କେନ୍ଦୁଝର, ସୁକିନ୍ଦା ଓ ଭୁବନେଶ୍ୱର ସମେତ ୧୯ଟି ଷ୍ଟେସନରେ ରହଣି କରିବ । ଏହି ରେଳ ସେବା ଦ୍ୱାରା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ; ଏହି ୬ଟି ଜିଲ୍ଲାର ରେଳ ସଂଯୋଗ ବ୍ୟବସ୍ଥା ଆହୁରି ମଜଭୁତ ହେବ । ଏହାଦ୍ୱାରା ଲୋକଙ୍କ ଯାତାୟାତ ସୁବିଧା ବଢ଼ିବା ସହ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହି ଟ୍ରେନ୍କୁ ମଞ୍ଜୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । Post navigation Kotia Border Dispute: କୋଟିଆ ବିବାଦର ସମାଧାନ ପାଇଁ ରାଜନୈତିକ ଏକତା ଲୋଡ଼ିଲେ ଧର୍ମେନ୍ଦ୍ର ପ୍ରଧାନ Plus Two Exams 2027: ଯୁକ୍ତ ଦୁଇ ପରୀକ୍ଷା ୨୦୨୭; ସମସ୍ତ ପରୀକ୍ଷା କେନ୍ଦ୍ର ଓ ଷ୍ଟ୍ରଙ୍ଗ୍ ରୁମରେ ବାଧ୍ୟତାମୂଳକ ସିସିଟିଭି ସହିତ ଲାଇଭ୍ ଷ୍ଟ୍ରିମିଂ: CHSE