କକ୍ରୋଚ୍ ଜନତା ପାର୍ଟି (CJP)ର ସଦସ୍ୟ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ହାଜତ ମିଆଦ ବୃଦ୍ଧିକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନାପସନ୍ଦ ପ୍ରକାଶ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ବାର୍ତ୍ତା ଦେଇ ଉଭୟଙ୍କ ନ୍ୟାୟିକ ହାଜତ ମିଆଦକୁ ତୁରନ୍ତ ସମୀକ୍ଷା କରିବା ସହ ସେମାନଙ୍କୁ ଅବିଳମ୍ବେ ମୁକ୍ତ କରିବାକୁ ଦାବି କରିଛନ୍ତି । ନବୀନ କହିଛନ୍ତି ଯେ, ନିଷିଦ୍ଧାଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିବା ଘଟଣା ପାଇଁ ଏତେ ଦୀର୍ଘ ସମୟ ଧରି ଅଟକ ରଖିବା ଉଚିତ ନୁହେଁ । ଏହି ପ୍ରସଙ୍ଗରେ ନ୍ୟାୟପାଳିକା ଓ କାର୍ଯ୍ୟନିର୍ବାହୀ ସଂସ୍ଥା ତୁରନ୍ତ ହସ୍ତକ୍ଷେପ କରିବା ସହ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ । ଏଥିସହ ଦେଶର ଯୁବପିଢ଼ି ଯେପରି ଆଇନର ଶାସନ ଓ ସାମ୍ବିଧାନିକ ଅଧିକାର ଉପରୁ ନିଜର ବିଶ୍ୱାସ ନ ହରାନ୍ତି, ସେଥିପ୍ରତି ନ୍ୟାୟପାଳିକା ଓ କାର୍ଯ୍ୟନିର୍ବାହୀ ସଂସ୍ଥା ଯତ୍ନବାନ ହେବା ଉଚିତ ବୋଲି ନବୀନ ନିଜ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ତଥା ଆବାହକ ଅଭିଜିତ ଦୀପ୍କେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ସମର୍ଥନରେ ଠିଆ ହୋଇଥିବାରୁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । କହିରଖୁଛୁ ଯେ, ଗତ ମଙ୍ଗଳବାର ଦିନ ଆଶୁତୋଷ ରାଙ୍କା ଓ ସୌରଭ ଦାସ ଏବଂ କିଛି ସହଯୋଗୀ ଜନ୍ତରମନ୍ତର ନିକଟରେ ଥିବା ନିଷିଦ୍ଧ ଅଞ୍ଚଳରେ ବ୍ୟାରିକେଡ୍ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଅତିକ୍ରମ କରି ଜନ୍ତରମନ୍ତର ନିକଟରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ନାରାବାଜି କରିଥିବା ଅଭିଯୋଗ ହୋଇଛି । ଏହା ପରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା ଏବଂ ପରବର୍ତ୍ତୀ ସମୟରେ ଗିରଫ କରିଥିଲା । Post navigation Kotia Row: Pujari challenges Naveen: କୋଟିଆ ବିବାଦ: ନବୀନ ପଟ୍ଟନାୟକଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ କଲେ ସୁରେଶ ପୂଜାରୀ US Secretary of State Marco Rubio Meets Jaishankar: ଜୟଶଙ୍କରଙ୍କୁ ଭେଟିଲେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ