ଓଡ଼ିଶାର ଅନ୍ତର୍ଜାତୀୟ ସ୍ତରର ବଡି ବିଲଡର ଜନ୍ମେଜୟ ମହାନ୍ତି (୪୦)ଙ୍କର ପରଲୋକ ହୋଇଛି । ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଜନ୍ମେଜୟ ବଡି ବିଲଡିଂ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିଲେ । ସେ ଦୁଇଥର ମିଷ୍ଟର ଇଣ୍ଡିଆ, ୭ ଥର ମିଷ୍ଟର ଓଡ଼ିଶା ଏବଂ ୧୪ ଥର ମିଷ୍ଟର ଭୁବନେଶ୍ୱର ଟାଇଟଲ୍ ଜିତିଥିଲେ । ଏହାସହ ସେ ମିଷ୍ଟର ଏସିଆ ଟାଇଟଲ୍ ହାସଲ କରିଥିବା ବେଳେ ମିଷ୍ଟର ୱର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏସିଆନ୍ ଓ ଜାତୀୟ ବଡି ବିଲଡିଂ ଚାମ୍ପିଅନସିପ୍‌ରେ ମଧ୍ୟ ସେ ଅନେକ ପଦକ ଜିତିଥିଲେ ।

ସେ ଭାରତୀୟ ଡାକ ବିଭାଗରେ କାର୍ଯ୍ୟରତ ଥିଲେ । ଏହି କ୍ଷେତ୍ରରେ ମଧ୍ୟ ସେ ୧୨ ଥର ମିଷ୍ଟର ପୋଷ୍ଟାଲ୍ ଟାଇଟଲ୍ ଜିତିଥିଲେ । ଜଣେ ସଫଳ ବଡି ବିଲଡର ଭାବେ ଜନ୍ମେଜୟ ନିଜ ପ୍ରତିଭା ଓ ସଫଳତା ଦ୍ୱାରା ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ତାଙ୍କ ବିୟୋଗରେ ଓଡ଼ିଶାର କ୍ରୀଡ଼ା ଜଗତରେ ଶୋକ ପ୍ରକାଶ ପାଇଛି ।

By Nirvay

Leave a Reply

Your email address will not be published. Required fields are marked *