student-election-results-in odisha-put-gen-z-in-focus-ahead-of-2029-polls

ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ବିଜେଡି ଓ କଂଗ୍ରେସ ଅଭିଯୋଗର କଡା ଜବାବ ଦେଇଛି ବୋଲି ମତ ପ୍ରକାଶ ପାଇଛି । ମିଥ୍ୟା ପ୍ରଚାର ଓ ଭୁଲ୍ ତଥ୍ୟ ମାଧ୍ୟମରେ Gen Z ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବାର ଉଦ୍ୟମକୁ ଛାତ୍ର ସମାଜ ପ୍ରତ୍ୟାଖ୍ୟାନ କରିଛି ବୋଲି କୁହାଯାଇଛି । ଛାତ୍ରଛାତ୍ରୀଙ୍କ ନାମରେ ଆନ୍ଦୋଳନ ଓ ସ୍ଲୋଗାନ ଦେଉଥିବା ଗୋଷ୍ଠୀଙ୍କ ମିଥ୍ୟା ନାରେଟିଭ୍‌କୁ ନିର୍ବାଚନ ଫଳାଫଳ ଉଚିତ ଜବାବ ଦେଇଛି ।

ରାଜ୍ୟରେ ନିର୍ବାଚନ ହୋଇଥିବା ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟିରେ ସଭାପତି ଓ ୧୧ଟିରେ ସାଧାରଣ ସମ୍ପାଦକ ପଦରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ବିଜୟୀ ହୋଇଛି । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ରବାଦୀ ବିଚାରଧାରା ପ୍ରତି ସମର୍ଥନକୁ ପ୍ରତିଫଳିତ କରୁଛି ବୋଲି କୁହାଯାଇଛି । ନିର୍ବାଚନ ଫଳାଫଳ ବାମପନ୍ଥୀ, କଂଗ୍ରେସ ଓ ସେମାନଙ୍କ ସହ ଜଡ଼ିତ ଗୋଷ୍ଠୀଙ୍କ ଛାତ୍ର ରାଜନୀତିରେ ପ୍ରଭାବ ହ୍ରାସ ପାଇଥିବା ପ୍ରମାଣିତ କରୁଛି ବୋଲି ଦାବି କରାଯାଇଛି । ଏଥିସହ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିବା ବିଜେଡିକୁ ମଧ୍ୟ ଛାତ୍ରଛାତ୍ରୀଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡ଼ିଛି ବୋଲି କୁହାଯାଇଛି । ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଉଥିବା ବିଜେଡି ଓ କଂଗ୍ରେସ ପ୍ରଥମେ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପଛର କାରଣ ସ୍ପଷ୍ଟ କରିବା ଆବଶ୍ୟକ ।

ଦେଶରେ ଭୋଟ୍ ଚୋରି ଅଭିଯୋଗ ଉଠାଉଥିବା ଦଳଗୁଡ଼ିକ ଅନେକ କ୍ୟାମ୍ପସରେ ପ୍ରାର୍ଥୀ ଦେଇପାରି ନଥିବା ଜଣାପଡିଛି । ନିର୍ବାଚନରେ ଜିତିଲେ ଫଳାଫଳକୁ ଠିକ୍ ବୋଲି ଗ୍ରହଣ କରିବା ଏବଂ ହାରିଲେ ଅନିୟମିତତା ଅଭିଯୋଗ ଆଣିବା ଧାରାକୁ ବିଜେଡି ଅନୁସରଣ କରୁଛି ।

By Nirvay

Leave a Reply

Your email address will not be published. Required fields are marked *