ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି । ଏହି ଗସ୍ତରେ ଭାରତ ୫ଟି ଦିନିକିଆ, ୫ଟି ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଦିନିକିଆ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍ ପାଇଁ ଶୁଭମନ ଗିଲ୍ ଏବଂ ଶେଷ ଦୁଇଟି ମ୍ୟାଚ୍ ପାଇଁ ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ପ୍ରଥମ ୩ଟି ଦିନିକିଆ ପାଇଁ ଦଳରେ ଶୁଭମନ ଗିଲ୍, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କାମ୍ବୋଜ, ଗୁରନୂର ବ୍ରାର, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, ଈଶାନ କିଶନ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ ଓ କୁଲଦୀପ ଯାଦବ ସ୍ଥାନ ପାଇଛନ୍ତି । ପ୍ରସିଦ୍ଧ କୃଷ୍ଣଙ୍କ ଚୟନ ତାଙ୍କ ଫିଟନେସ୍ ଉପରେ ନିର୍ଭର କରିବ ।

ଶେଷ ଦୁଇଟି ଦିନିକିଆ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ରୋହିତ ଶର୍ମା, ବିରାଟ କୋହଲି, ତିଳକ ବର୍ମା, ଈଶାନ କିଶନ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ନମନ ଧୀର, ଅକୀବ ନବୀ, ଗୁରନୂର ବ୍ରାର, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, କୁମାର କୁଶାଗ୍ର, ମହମ୍ମଦ ସିରାଜ, ଯଶ ଠାକୁର ଓ କୁଲଦୀପ ଯାଦବ ଖେଳିବେ । ଈଶାନ କିଶନ ଏହି ଦଳର ଉପଅଧିନାୟକ ଓ ୱିକେଟ୍‌କିପର ରହିଛନ୍ତି ।

ଦିନିକିଆ ସିରିଜ୍ ନଭେମ୍ବର ୪ରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ । ମ୍ୟାଚ୍‌ଗୁଡ଼ିକ ଅକଲାଣ୍ଡ, ୱେଲିଂଟନ, ହାମିଲଟନ୍ ଓ ଟରାଙ୍ଗାରେ ଖେଳାଯିବ। ଏହାପରେ ନଭେମ୍ବର ୧୯ରୁ ୱେଲିଂଟନରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ ଏବଂ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୧ରେ କ୍ରାଇଷ୍ଟଚର୍ଚ୍ଚରେ ଶେଷ ହେବନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା। ଟେଷ୍ଟ ଦଳରେ ପ୍ରସିଦ୍ଧ କୃଷ୍ଣ ଓ ଋଷଭ ପନ୍ତଙ୍କୁ ସୁଯୋଗ ମିଳିଥିବା ସୂଚନା ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *