ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ସରପଞ୍ଚ ଓ ନାଏବ ସରପଞ୍ଚମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚମାନଙ୍କ ୬ ମାସର ସମ୍ମାନ ରାଶି ବା ଅନରାରିୟମ୍ ମଞ୍ଜୁର କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ନିମନ୍ତେ ଅର୍ଥ ମଞ୍ଜୁର କରାଯାଇଛି।

ସୂଚନାଯୋଗ୍ୟ ଯେ, ପିଛିଲା ୨୦୨୬ ମସିହା ଏପ୍ରିଲ ୧ ତାରିଖରୁ ୨୦୨୬ ମସିହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମୋଟ ୬ ମାସର ଏହି ସମ୍ମାନ ରାଶି ଜନପ୍ରତିନିଧିମାନଙ୍କୁ ପ୍ରଦାନ କରାଯିବ। ଏହି ନୂତନ ମଞ୍ଜୁରି ଅନୁସାରେ ସରପଞ୍ଚମାନେ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଏବଂ ନାଏବ ସରପଞ୍ଚମାନେ ମାସିକ ୪ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପାଇବେ, ଯାହାକି ତୃଣମୂଳ ସ୍ତରରେ ପଞ୍ଚାୟତ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବାରେ ବିଶେଷ ସହାୟକ ହେବ।

Leave a Reply

Your email address will not be published. Required fields are marked *