ରାଜ୍ୟରେ ବୃଦ୍ଧି ପାଉଥିବା ଜମି ଜାଲିଆତି ଏବଂ ବେଆଇନ ଜମି କାରବାର ଉପରେ ଏବେ କଡ଼ା ଲଗାମ୍ ଲଗାଇବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଣିକି ଆଉ ଜମି ହଡ଼ପ କିମ୍ବା ପୁରୁଣା କାଗଜପତ୍ର ବଦଳାଇ ସାଧାରଣ ଲୋକଙ୍କୁ ଠକିବା ସହଜ ହେବନାହିଁ। ଜମି ଜାଲିଆତି ଘଟଣାରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଅସାଧୁ ବ୍ୟକ୍ତିମାନେ ବେଆଇନ ଭାବେ ସରକାରୀ ଓ ବେସରକାରୀ ପୁରୁଣା ଜମି ରେକର୍ଡ ବଦଳାଇବା କିମ୍ବା ତାହାକୁ ଗାଏବ କରିବା ଭଳି କାର୍ଯ୍ୟ ଆଉ କରିପାରିବେ ନାହିଁ। ରାଜ୍ୟରେ ପ୍ରାୟ ୯୯ ପ୍ରତିଶତ ‘ରେକର୍ଡ ଅଫ୍ ରାଇଟସ୍’ ର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇସାରିଛି। ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଜମିଜମା ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହେବା ପରେ ଏନେକ ସମ୍ପୂର୍ଣ୍ଣ ତଥ୍ୟ ଓ ସଂଖ୍ୟା କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଆକାରରେ ପ୍ରଦାନ କରାଯିବ । ଡିଜିଟାଲ୍ ସିଷ୍ଟମ୍ ଦ୍ୱାରା ଜମି କାରବାରରେ ସ୍ୱଚ୍ଛତା ଆସିବା ସହ ସାଧାରଣ ଲୋକେ ଜାଲିଆତିରୁ ରକ୍ଷା ପାଇପାରିବେ। Post navigation महिला जूनियर एशिया कप: पाकिस्तान को 19-0 से हराकर सेमीफाइनल में पहुंचा भारत Ex-PACS Secretary Arrested: ୧୪.୨୨ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଲୁଟ; PACSର ପୂର୍ବତନ ସମ୍ପାଦକ ଚିନ୍ତାମଣି ମଲ୍ଲିକ ଗିରଫ