ସଂଶୋଧିତ ଏମଏମଡିଆର ଆଇନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ଆଇନକୁ ବିରୋଧ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକଭବନ ଆଗରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂଶୋଧିତ MMDR ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦଳ ଦାବି କରିଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେଡିର ବହୁ ବରିଷ୍ଠ ନେତା, ବିଧାୟକ ଏବଂ ଶହ ଶହ ଦଳୀୟ କର୍ମୀ ଉପସ୍ଥିତ ରହି ନାରାବାଜି କରିଥିଲେ। Post navigation Bhubaneswar-Bangkok Direct Flights: ନଭେମ୍ବରରେ ପୁଣି ଆରମ୍ଭ ହେବ ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା Traffic Crackdown in Odisha: ରାଜ୍ୟରେ କଡ଼ାକଡ଼ି ଚେକିଂ; ଗୋଟିଏ ଦିନରେ କଟାଗଲା ୧୦,୨୦୭ ଇ-ଚାଲାଣ