ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁତ୍ରଙ୍କ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଅବଧି ପୂର୍ବ ମୁକ୍ତି ଆବେଦନ ଉପରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଯାଇଛି। ଏହି ମାମଲାରେ ଶୀର୍ଷ ଅଦାଲତ ରାଜ୍ୟ ସରକାରଙ୍କୁ ଏକ ଶେଷ ସୁଯୋଗ ପ୍ରଦାନ କରିଛନ୍ତି। ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ’ର ରିପୋର୍ଟ ଦାଖଲ ନହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ଆଗାମୀ ଶୁଣାଣିକୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରାଜ୍ୟ ସରକାରଙ୍କୁ ରିଭ୍ୟୁ ବୋର୍ଡର ରିପୋର୍ଟ ଓ ଦଣ୍ଡାଦେଶ କୋହଳ ସମ୍ପର୍କିତ ଆବଶ୍ୟକୀୟ ନିଷ୍ପତ୍ତି ଦାଖଲ କରିବାକୁ ପଡ଼ିବ। Post navigation 22.28 Lakh Farmers Registered for Kharif Paddy Procurement, Sets All-Time Record OMFED Raises Milk Procurement Price : ଓମ୍ଫେଡ୍କୁ କ୍ଷୀର ଯୋଗାଉଥିବା ଚାଷୀଙ୍କୁ ମିଳିବ ଲିଟର ପିଛା ଅଧିକ ୨ ଟଙ୍କା