କଟକ ମହାନଗର ନିଗମ (CMC) ର ପୂର୍ବତନ ମେୟର ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୌମେନ୍ଦ୍ର କୁମାର ଘୋଷଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅସୁସ୍ଥତା କାରଣରୁ ୪ ଦିନ ହେବ ସେ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ଭୋରରୁ ସେ ମୃତ୍ୟୁବରଣ କରିଛନ୍ତି। ସୌମେନ୍ଦ୍ର କୁମାର ଘୋଷଙ୍କ ବିୟୋଗରେ କଟକ ସହର ତଥା ରାଜନୈତିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ସେ ବିଜେଡିରୁ କଟକ ସହରର ଦ୍ୱିତୀୟ ମେୟର ଭାବେ ନିର୍ବାଚିତ ହୋଇ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ସେ CMC ର ମେୟର ଭାବେ ନିଜ କାର୍ଯ୍ୟକାଳ ମଧ୍ୟରେ ସହରର ବିକାଶ ଓ ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକପ୍ରକାଶ କରାଯାଇଛି। Post navigation Padmakar S Ranipse Appointed CISF Special DG: ସିଆଇଏସଏଫର ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତ ହେଲେ ପି.ଏସ୍. ରଣପିସେ