ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ଖୁସି ଖବର। ଆସନ୍ତାକାଲି କୃଷକମାନଙ୍କ ଆକାଉଣ୍ଟକୁ ଆସିବ ‘ସିଏମ୍-କିଷାନ’ ଯୋଜନାର ପଞ୍ଚମ କିସ୍ତି ଟଙ୍କା। ଭୁବନେଶ୍ୱରସ୍ଥିତ OUAT କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ମାଧ୍ୟମରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ। ଏହି ଯୋଜନା ମାଧ୍ୟମରେ ରାଜ୍ୟର ୪୧ ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର, ନାମମାତ୍ର ଚାଷୀ, ବିଶେଷ ଭାବେ ଅସୁରକ୍ଷିତ ଜନଜାତି ସମୂହ (PVTG) ଏବଂ ଭୂମିହୀନ କୃଷି ପରିବାର ଉପକୃତ ହେବେ। ସମୟୋଚିତ ଆର୍ଥିକ ସହାୟତା ଯୋଗାଇ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ କୃଷି କ୍ଷେତ୍ରରେ ନିବେଶକୁ ଉତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଅନ୍ୟପଟେ ସେପ୍ଟେମ୍ବର ୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଜିଲ୍ଲାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେବାକୁ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ମନ୍ତ୍ରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । Post navigation Water Infrastructure Investment in Odisha: ବିଜେପି ସରକାର “ଘୋଷଣାର ନୁହେଁ, କାମର ସରକାର”: ମନମୋହନ ସାମଲ 14 OAS Officers Promoted to IAS Cadre