ପ୍ରସିଦ୍ଧ ଭାରତୀୟ ଅଭିନେତା ପ୍ରଦୀପ ସିଂହ ରାୱତଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର) ରୋଗରେ ପୀଡ଼ିତ ଥିଲେ ଏବଂ ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଦୀପ ରାୱତ ହିନ୍ଦୀ, ତେଲୁଗୁ, ତାମିଲ ଏବଂ ନେପାଳୀ ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ। ଏଥି ସହିତ ସେ ପ୍ରସିଦ୍ଧ ଟିଭି ସିରିଏଲ ‘ମହାଭାରତ’ରେ ‘ଅଶ୍ୱତ୍ଥାମା’ ଭୂମିକାରେ ଅଭିନୟ କରି ଜନପ୍ରିୟ ହୋଇଥିଲେ। ଏହା ବ୍ୟତୀତ ବଲିଉଡର ସୁପରହିଟ୍ ଫିଲ୍ମ ‘ସରଫରୋଶ’, ‘ଲଗାନ୍’ ଏବଂ ‘ଗଜିନୀ’ରେ ଖଳନାୟକ (ଭିଲେନ) ଭୂମିକାରେ ତାଙ୍କର ଅଭିନୟ ବେଶ୍ ପ୍ରଶଂସନୀୟ ଥିଲା। Post navigation ODRAF To Be upgraded As SDRF: ଓଡ୍ରାଫକୁ ରାଜ୍ୟର SDRF ଭାବେ ଉନ୍ନୀତ କରାଯିବ: ସୁରେଶ ପୂଜାରୀ India Brings Back 274 Fugitive Offenders From 36 Countries Since 2019